ଆଲବମ୍‌ରୁ ସିନେମାକୁ ଆସିଥିଲେ ଅନୁଭବ,ସେହିଭଳି ବର୍ଷା ବି ଛୋଟ ପରଦାରୁ ବଡ଼ ପରଦାକୁ ଆସିଥିଲେ | ସିନେମା ଜଗତରେ ଦୁହିଁଙ୍କର ଫ୍ୟାନ୍ ବହୁତ | ଏହି ରିଲ୍ ଲାଇଫ ଯୋଡ଼ି ପରେ ରିୟଲ ଲାଇଫ୍‌ରେ ଜୀବନସାଥୀ ପାଲଟି ଥିଲା। କିନ୍ତୁ ସେମାନଙ୍କ ପ୍ରେମ ସମ୍ପର୍କର ଡୋର ଏବେ କୋର୍ଟ ହସ୍ତରେ ।


ବର୍ଷା କେସ୍ ଫାଇଲ୍ କରିଛନ୍ତି ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁରେ । କଟକ ଏସ୍‌ଡିଜେଏମ୍ କୋର୍ଟ-୧ରେ ଗତ ଅଗଷ୍ଟ ୭ ତାରିଖରେ ଏହି ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଅଛି ଆସନ୍ତା ୭ ତାରିଖ ସୋମବାର ଦିନ । ମହିଳାଙ୍କ ବିରୋଧରେ ଘରୋଇ ହିଂସା ଆଇନ୍ ୨୦୦୫ ଅନୁସାରେ ଏହି ମାମଲା ରୁଜୁ ହୋଇଛି ।


ଏ ନେଇ ଅନୁଭବ କହିଛନ୍ତି ଯେ ତାଙ୍କୁ କୌଣସି ନୋଟିସ୍ ମିଳି ନାହିଁ କି ସେ କିଛି ବି ଜାଣି ନାହାନ୍ତି । ଅନ୍ୟପକ୍ଷରେ ବର୍ଷା କହିଛନ୍ତି, ଗଣମାଧ୍ୟମକୁ କହିବି ହେଲେ ଏବେ ନୁହେଁ ।

Leave a Reply

Your email address will not be published. Required fields are marked *