ଏବେ ଘଣ୍ଟା ଘଣ୍ଟା ଧରି ଲ୍ୟାପଟପ ଏବଂ କମ୍ପୁ୍ୟଟର ସ୍କି୍ରନ ସମ୍ମୁଖରେ ବସିବାବୁ ପଡ଼ିବ ନାହିଁ । ଆପଣ ନିଜର ଅଫିସ କାମ ମୁକ୍ତ ଭାବେ କରିପାରିବେ । ଚଷମା ମାଧ୍ୟମରେ ଆପଣ ନିଜର ଅଫିସ କାମ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।

କେରଳ ଏର୍ଣ୍ଣାକୁଲମ ସ୍ଥିତ ଏକ ଷ୍ଟାର୍ଟଅପ ନିମୋ ପ୍ଲାନେଟ ପକ୍ଷରୁ ଏପରି ଏକ ସ୍ମାର୍ଟ ଚଷମା ପ୍ରସ୍ତୁତ କରାଯାଇଛି ଯାହାକୁ ପିନ୍ଧି ଜଣେ ଯେକୌଣସି ସ୍ଥାନରେ କମ୍ପୁ୍ୟଟର କିମ୍ବା ଲ୍ୟାପଟପ ନଥାଇ ବି ସହଜରେ କାମ କରିପାରିବେ ।
ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ରୋହିଲଦେବ ନଟ୍ଟୁଲିଙ୍ଗର ତିନି ବର୍ଷ କାଳ ଲାଗି ‘ନିମୋ’ ନାମକ ଏକ ବିଶେଷ ପ୍ରକାର ଚଷମା ପ୍ରସ୍ତୁତ କରିଛନ୍ତି ଯାହା କାମ କରିବାର ପାରମ୍ପରିକ ଶୈଳୀ ବଦଳାଇପାରିବେ । ଏହି ଚଷମା ଭର୍ଚୁଆଲ ଦୁନିଆକୁ ନେଇଯାଇଥାଏ । 

ଯେଉଁଠି ଜଣେ ଏକାଧିକ କମ୍ପୁ୍ୟଟର ସ୍କି୍ରନ ଏବଂ ସ୍ଥିର ଡେସ୍କଟପ ଥିବା ଅଫିସରେ କାର୍ଯ୍ୟ କରିବାର ଅନୁଭବ ପାଇବେ । ଏହାକୁ ପିନ୍ଧି ଜଣେ ଏକକାଳୀନ ୬ଟି କମ୍ପୁ୍ୟଟର ସ୍କି୍ରନରେ କାମ କରିପାରିବେ । ପ୍ରତ୍ୟେକ ଭର୍ଚୁଆଲ ସ୍କି୍ରନ ୬୦ ଇଞ୍ଚ ପର୍ଯ୍ୟନ୍ତ ଚଉଡା ହୋଇଥିବା ବେଳେ ତିନିମିଟର ଲେଖାଏଁ ଦୂରତାରେ ରହିଛି ।

Leave a Reply

Your email address will not be published. Required fields are marked *