ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନାମ ଅନୁସାରେ ଅଯୋଧ୍ୟା ଏୟାରପୋର୍ଟର ନାମ ରଖା ଯିବ ବୋଲି ଉତ୍ତର ପ୍ରଦେଶ ସରକାର ନିଷ୍ପତି ନେଇଛନ୍ତି ।

ବର୍ତ୍ତମାନ ଏହି ଏୟାରପୋର୍ଟ ଅନ୍ତର୍ଜାତୀୟ ସ୍ତରର ହେବ, ଏହାର ନିର୍ମାଣ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବା ସହିତ ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାକୁ ଜାତୀୟ, ଅନ୍ତର୍ଜାତୀୟ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକମାନଙ୍କର ଅଧିକ ସଂଖ୍ୟାରେ ଭିଡ଼କୁ ନଜରରେ ରଖି ଏୟାରପୋର୍ଟକୁ ବିସ୍ତାର କରିବା ପାଇଁ ଯୋଜନା ହୋଇଛି।

ତେବେ ବର୍ତ୍ତମାନ ଏହି ଏୟାରପୋର୍ଟକୁ ଆନ୍ତର୍ଜାତିକ ସ୍ତରର ମର୍ଯ୍ୟାଦା ମିଳିନି, କିନ୍ତୁ ରାଜ୍ୟ ସରକାର ଅନ୍ତର୍ଜାତୀୟ ମାନକ ଅନୁସାରେ ପ୍ରସ୍ତୁତି ଚଲାଇଛନ୍ତି। 

ମିଳିଥିବା ସୂଚନା ମୁତାବକ, ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ଏୟାରଷ୍ଟିରପକୁ ପ୍ରଥମ ପର୍ଯ୍ୟାୟରେ ୧୮୦ରୁ ୨୦୦ ସିଟର ଉଡାଜାହଜର ସଞ୍ଚାଳନ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବୃହତ ଭାବେ ବୋଇଂ-୭୭୭ ଉଡାଜାହଜର ସଞ୍ଚାଳନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *