କିଙ୍ଗସ ଏକାଦଶ ପଂଜାବ ବନାମ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ନିଜ ବୋଲିଙ୍ଗରେ ଏକ ବଲକୁ ଡ୍ରାଇଭ ମାରି ଅଟକାଇବାକୁ ପ୍ରୟାସ କରୁଥିବା ସମୟରେ ଅଫ ସ୍ପିନର ଆର.ଅଶ୍ୱିନ ଆହତ ହୋଇଥିଲେ ।

ସେ ଆହତ ହେବା ପରେ ଆଉ ପଡିଆକୁ ଫେରି ନଥିଲେ ଏବଂ ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ସବଷ୍ଟିଚ୍ୟୁଟ ଫିଲଡର ଭାବେ ଆସି ଫିଲଡିଙ୍ଗ କରିଥିଲେ । ଏହି ମ୍ୟାଚରେ ଅଶ୍ୱିନ ଏକ ଓଭର ବୋଲିଙ୍ଗ କରି ମାତ୍ର ଦୁଇ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ ଏବଂ ଏହି ମ୍ୟାଚକୁ ଦିଲ୍ଲୀ କ୍ୟାପିଟାଲସ ସୁପର ଓଭରରେ ଜିତିଥିଲା ।

ତେବେ ମ୍ୟାଚ ସରିବା ପରେ ଆଗାମୀ ମ୍ୟାଚ ପାଇଁ ଅଶ୍ୱିନ ଖେଳିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ କ୍ୟାପିଟାଲସ ଦଳର ଅଧିନାୟକ ଶ୍ରେୟାସ ଆୟର । ଆୟାରଙ୍କ ମତରେ ଅଶ୍ୱିନ ଆଗାମୀ ମ୍ୟାଚ ପୂର୍ବରୁ ଫିଟ ହୋଇଯିବେ ବୋଲି ନିଜେ କହିଛନ୍ତି । ଦିଲ୍ଲୀ କ୍ୟାପିଟାଲସ ଟିମ ଆଗାମୀ ମ୍ୟାଚ ସେପ୍ଟେମ୍ବର ୨୫ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ ।

Leave a Reply

Your email address will not be published. Required fields are marked *