ଅଖାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୋଳିବଣିଆ ଗାଁ ନିକଟରେ ଥଇବା ରେଙ୍ଗାଲିର ବାମ ପାର୍ଶ୍ୱ କେନାଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ରେଙ୍ଗାଲି ବାମ ପାର୍ଶ୍ୱ କେନାଲରେ ଅଖାବସ୍ତା ଭାସୁଥିବାର ସାଧାରଣଲୋକ ଦେଖିଥିଲା । ଯାହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗଟଣାସ୍ଥଳରେ ପହଞ୍ଚି ଭାସୁଥିବା ଅଖାବସ୍ତାକୁ ଜବତ କରିଥିଲା ।

ପୋଲିସ ଅଖାବସ୍ତା ଭିତରେ ଜଣେ ଯୁବକଙ୍କୁ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା । ଅଖାକୁ ଭିତରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । କିନ୍ତୁ ତାଙ୍କୁ କେହି ହତ୍ୟା କରିବା ପରେ ଅଖାରେ ବାନ୍ଧି କେନାଲରେ ପକାଇଦେଇଥିବା ପୋଲିସ ସନ୍ଦେହ କରୁଛି । କଙ୍କଡାହାଡ଼ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *