ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ତେବେ ଆସନ୍ତା ୧୩ ତାରିଖରେ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତାକାଲି କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗ. ଗଜପତି, ରାୟଗଡା, ନୂଆକଡା, କୋରାପୁଟ, ବରଗଡ, ମାଲକାନିଗିର, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୧୪ ତାରିଖ ସକାଳ ଯାଏଁ ବର୍ଷାର ପ୍ରକୋପ ଲାଗି ରହିବ। ଅନ୍ୟପଟେ ବିଶେଷ କରି ୫ଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କନ୍ଧମାଳ ଓ ସମ୍ବଲପୁରରେ ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *