ଆଜି ଭାରତ ନିର୍ମାଚନ କମିସନରଙ୍କ ସାମ୍ବାଦିକ ସମ୍ମିଳନୀ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବ। ଏଥିସହିତ ଓଡିଶାର ମଧ୍ୟ ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି ଜଣାପଡିଛି।
ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନର ପ୍ରାର୍ଥୀ ମୃତ୍ୟୁବରଣ କରିବା ପରେ ତାହା ଖାଲିପଡିଛି।
ସାମ୍ବିଧାନିକ ନିୟମ ଅନୁସାରେ ଖାଲିପଡିଥିବା ଆସନରେ ଛଅ ମାସ ମଧ୍ୟରେ ନିର୍ବାଚନ ହେବା ବାଧ୍ୟ। ସେହି ଅନୁସାରେ ଆଜି ଏହି ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଖାଲିପଡିଥିବା ଓଡିଶାର ଦୁଇ ବିଧାନସଭା ଆସନ ମଧ୍ୟରୁ ତିର୍ତ୍ତୋଲଟି ବିଜେଡି ଏବଂ ବାଲେଶ୍ବର ସଦରଟି ବିଜେପି ହାତରେ ଥିଲା।
Image search in google