ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁବାର ସକାଳେ କାଶ୍ମୀରର ବୁଦଗାଓଁ ଜିଲାର ଚାଦୋରା ଅଞ୍ଚଳରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି।

ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ।

ଏହାପରେ ଆହତ ଯବାନଙ୍କଠାରୁ ରାଇଫଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀଙ୍କୁ ଧରିବା ଲାଗି ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Leave a Reply

Your email address will not be published. Required fields are marked *