ଭାରତରେ ପ୍ରତିଦିନ କରୋନା ମହାମାରୀ ହୁ ହୁ ହୋଇ ବଢ଼ିଚାଲିଛି । ଏଭଳି ଧାରା ଜାରି ରହିଲେ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ଭାରତରେ ମୋଟ କରେନା ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷରେ ପହଞ୍ଚିବ । ଫଳରେ ଆମେରିକାକୁ ପଛରେ ପକାଇ ଭାରତ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ଶୀର୍ଷ ସ୍ଥାନ ହାସଲ କରିବ ।

ହାଇଦ୍ରାବାଦର ବିଟ୍‌ସ (ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ) ପିଲାନି ଗବେଷକଙ୍କ ଏକ ଟିମ୍‌ ଏଭଳି ଆଶଙ୍କା ପ୍ରକାଶ କରିଛି । ଭାରତରେ ଏବେ ପ୍ରତିଦିନ ୯୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଠାବ ହେଉଛନ୍ତି ।

ଏହି ସମୟରେ ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷରୁ ଅଧିକ ରହିଛି । ଆମେରିକାରେ ପ୍ରତିଦିନ ଏବେ ୩୫ ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି, ଯାହାକି ଭାରତରେ ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ତୁଳନାରେ ଏକ-ତୃତୀୟାଂଶ ।

ଅର୍ଥାତ ଆମେରିକାରେ ୩ ଦିନରେ ଲକ୍ଷେ ସଂକ୍ରମିତ ହେଉଥିଲା ବେଳେ ଭାରତରେ ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ସଂକ୍ରମିତ ହେଉଛନ୍ତି । ଏହି ସଂଖ୍ୟାକୁ ବିଚାରକୁ ନେଇ ଅତ୍ୟାଧୁନିକ ପରିସଂଖ୍ୟାନ ପ୍ରଯୁକ୍ତି ସହାୟତାରେ ଆକଳନ କରାଯାଇଛି ଆଗାମୀ ୧ ମାସ ଭିତରେ ଭାରତ ଆମେରିକାକୁ ଟପିଯିବ । ଗବେଷକଙ୍କ ଏହି ଆକଳନ ତଥ୍ୟ ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍‌ ଇନ୍‌ଫେକ୍‌ସିୟସ ଡିଜିଜ୍‌’ରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *