ବର୍ତ୍ତମାନ ସମୟରେ ପ୍ରାୟ ସବୁ କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି, ବିଶେଷକରି କୃଷି କ୍ଷେତ୍ରରେ । ବହୁ ଅତ୍ୟାଧୁନିକ ଉପାୟ ପ୍ରୟୋଗ କରି କିପରି ଭାବରେ ଅଧିକରୁ ଅଧିକ କୃଷି ଉତ୍ପାଦ ଅମଳ କରାଯିବ ସେ ଦିଗରେ ଅଧିକ ଦୃଷ୍ଟି ଦିଆଯାଉଛି । ତେବେ ଯଦି ଆପଣ ଭାବୁଛନ୍ତି କି ଚାଷ କେବଳ ଜମି ବା ଭୂମିରେ କରିହେବ ତେବେ ଆପଣଙ୍କର ଧାରଣା ଭୁଲ । କାରଣ କାନ୍ଥରେ ମଧ୍ୟ ଚାଷ କରିହେବ । ଟେକ୍ନୋଲୋଜି ବ୍ୟବହାର କରି କାନ୍ଥରେ ଧାନ, ଗହମ ଆଦି ଚାଷ କରାଯାଉଛି । ଏହାକୁ ଭର୍ଟିକାଲ ଫାର୍ମିଂ କୁହାଯାଏ । ଇସ୍ରାଇଲରେ ଏହି ଚାଷ କରାଯାଉଛି ।

ସୂଚନାନୁଯାୟୀ, ଇସ୍ରାଇଲ ଏବଂ ଅନ୍ୟ କେତେକ ଦେଶରେ ଚାଷବାସ କରିବା ପାଇଁ ଖୁବ୍ କମ୍ ଜମି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଏଠାକାର ଲୋକମାନେ ଭର୍ଟିକାଲ ଫାର୍ମିଂ ପ୍ରଣାଳୀ ଆପଣେଇଛନ୍ତି । ଇସ୍ରାଇଲର କମ୍ପାନୀ ଗ୍ରୀନୱାଲର ସଂସ୍ଥାପକ ଗାଇ ବାରନେସଙ୍କ ମୁତାବକ, ତାଙ୍କ କମ୍ପାନୀ ସହ ଗୁଗୁଲ ଏବଂ ଫେସବୁକ ଭଳି କମ୍ପାନୀ ଜଡିତ । ଇସ୍ରାଇଲର ବହୁ ସ୍ଥାନରେ ଭର୍ଟିକାଲ ଫାର୍ମିଂ ଉପାୟରେ ଚାଷ କରାଯାଉଛି।

କାନ୍ଥରେ କିଭଳି ହୁଏ ଚାଷ-

ଭର୍ଟିକାଲ ଫାର୍ମିଂ ଉପାୟରେ ଚାରା ଗୁଡିକୁ ଛୋଟଛୋଟ ୟୁନିଟରେ ଲଗାଯାଏ । ଯେପରି ତାହା ତଳକୁ ନଖସିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ । ଏହି ଚାରାଗୁଡିକ ଉପରେ ସିଞ୍ଚନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଅବଶ୍ୟ ଶଶ୍ୟ ବଢାଇବା ପାଇଁ ୟୁନିଟ ଗୁଡିକୁ କିଛି ସମୟ ପାଇଁ ତଳକୁ ବାହାର କରାଯାଇଥାଏ, ଏହାପରେ ପୁନର୍ବାର କାନ୍ଥରେ ରଖାଯାଇଥାଏ ।ତେବେ ଇସ୍ରାଇଲ ବ୍ୟତିତ ଆମେରିକା, ୟୁରୋପ, ଚୀନରେ ଭର୍ଟିକାଲ ଫାର୍ମିଂ କରାଯାଉଛି । ଏହାର ସବୁଠୁ ବଡ ଉପାଦେୟତା ହେଉଛି ଏହା ଆଖପାଖର ତାପମାତ୍ରା ନିୟନ୍ତ୍ରଣ ରଖେ । ଧ୍ବନି ପ୍ରଦୂଷଣ କମ୍ କରେ ।

Leave a Reply

Your email address will not be published. Required fields are marked *