ସଂସଦରେ କୃଷି ବିଲ୍ ପାରିତ ହୋଇଥିଲେ ମଧ୍ୟ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଏହି ବିଲ୍କୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କୃଷି ବିଲ୍ ପ୍ରତ୍ୟାହାର କରିବା ସହ ସ୍ଵାମୀନାଥନ୍ କମିଟିର ସୁପାରିସ୍କୁ କାର୍ଯ୍ୟକାରୀ କରିବା ଦାବି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଅଲ ଇଣ୍ଡିଆ କୃଷକ ସଂଘ, ଭାରତୀୟ କିଷାନ ୟୁନିଅନ, ଅଲ ଇଣ୍ଡିଆ କିଷାନ ମହାସଂଘ ଏବଂ ଅଲ ଇଣ୍ଡିଆ କିଷାନ ସଙ୍ଗଠନ ସମନ୍ଵୟ ଆଦି କୃଷକ ସଙ୍ଗଠନ ନେତୃତ୍ଵରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ସମର୍ଥନ କରୁଛନ୍ତି।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ ବିରୋଧ କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି।କୃଷି ବିଲ୍ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ କରାଯାଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ ବିରୋଧୀ ଦଳ ଓ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି।