ଗୁଗୁଲ ଆଜି ଭାରତର ଟ୍ରେଲବ୍ଲେଜିଂ ଦୂର ଦୂରାନ୍ତର ସନ୍ତରଣକାରୀ ଆରତୀ ସାହାଙ୍କ ୮୦ ତମ ଜନ୍ମଦିନ ପାଳନ କରୁଛି । ଆରତୀ ସାହା ୧୯୪୦ ମସିହା ସେପ୍ଟେମ୍ବର୨୪ରେ କୋଲକାତାରେ ଏକ ମଧ୍ୟବିତ୍ତ ବଙ୍ଗୀୟ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଯିଏକି ୧୯୫୯ ମସିହା ସେପ୍ଟେମ୍ବର ୨୯ରେ ଇଂରାଜୀ ଚ୍ୟାନେଲରେ ପହଁରିଥିଲେ। ସାହା, ଫ୍ରାନ୍ସର କେପ୍ ଗ୍ରିସ୍ ନେଜ୍ ଠାରୁ ୪୨ ମାଇଲ୍ ଅତିକ୍ରମ କରି ଇଂଲଣ୍ଡର ସାଣ୍ଡଗେଟ୍ ପର‌୍ୟ୍ୟନ୍ତ ଇଂରାଜୀ ଚ୍ୟାନେଲରେ ପହଁରିବାରେ ପ୍ରଥମ ଏସୀୟ ମହିଳା ହୋଇଥିଲେ ସେ । ଚାରି ବର୍ଷ ବୟସରେ ସେ ହୁଗଲି ନଦୀ କୂଳରେ ପହଁରିବା ଶିଖିଲେ । ପରେ ସେ ଭାରତର ଅନ୍ୟତମ ପ୍ରତିଯୋଗୀ ସନ୍ତରଣକାରୀ ସଚିନ୍ ନାଗଙ୍କ ଅଧୀନରେ ତାଲିମ ନେଇଥିଲେ ।

ଯେତେବେଳେ ତାଙ୍କୁ ମାତ୍ର ପାଞ୍ଚ ବର୍ଷ ବୟସ ସେତେବେଳେ ପ୍ରଥମ ସନ୍ତରଣ ସ୍ୱର୍ଣ୍ଣ ପଦକ ଜିତିଥିଲେ ଆରତୀ। ୧୯୫୨ ମସିହାରେ ଫିନଲ୍ୟାଣ୍ଡର ହେଲସିଙ୍କି ଠାରେ ଅନୁଷ୍ଠିତ ଗ୍ରୀଷ୍ମ ଅଲିମ୍ପିକ୍ସରେ ନୂତନ ସ୍ୱାଧୀନ ଭାରତର ପ୍ରତିନିଧିତ୍ୱ କରିବାକୁ ସେ ପ୍ରଥମ ଏବଂ ଏକମାତ୍ର ମହିଳା ସଦସ୍ୟ ଦଳର ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ । ସାହା ପ୍ରଥମେ ୧୮ ବର୍ଷ ବୟସରେ ଇଂରାଜୀ ଚ୍ୟାନେଲ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ । ତଥାପି ଅଭ୍ୟାସ ଛାଡି ନଥିଲେ ।

ଠିକ୍ ଏକ ମାସ ପରେ ବିଜୟ ହାସଲ କରି କୀର୍ତ୍ତିମାନ ହୋଇଥିଲେ । ଯାହା ସମଗ୍ର ଭାରତରେ ମହିଳାମାନଙ୍କ ପାଇଁ ଏକ ଐତିହାସିକ ବିଜୟ ଥିଲା । ସାହାଙ୍କୁ ୧୯୬୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ତାଙ୍କୁ ଏହି ପୁରସ୍କାରର ପ୍ରଥମ ମହିଳା ଭାବରେ ସମ୍ମାନିତ କରାଯାଇଥିଲା । ଖାସ ଏଥିପାଇଁ ଗୁଗୁଲ ତାଙ୍କ ଜନ୍ମ ଦିବସ ପାଳନ କରି ତା ପେଜରେ ପହଁରୁଥିବାର ଏକ ଛବି ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *