ସୁଶାନ୍ତ ସିଂହ ରାଜପୁତଙ୍କର ସେ ଥିଲେ ଫ୍ୟାନ । ତାଙ୍କର ଅଭିନୟରେ ସେ ବାନ୍ଧି ହୋଇଯାଇଥିଲେ । ବହୁତ ଆଗକୁ ଯିବେ ବୋଲି ଭାବିଥିଲେ । ହେଲେ ସୁଶାନ୍ତଙ୍କ ଅକାଳ ବିୟୋଗ ତାଙ୍କୁ ଶୋକାଗ୍ରସ୍ତ କରିଦେଇଥିଲା । ଯେଉଁଥିପାଇଁ ସେ କରିଛନ୍ତି ସୁଶାନ୍ତଙ୍କ ମହମ ପ୍ରତିମୂର୍ତି ।

ତାହା ଏତେ ଜୀବନ୍ତ ହୋଇଛିଯେ, ମନେହେବ ସତେଯେମିତି ସୁଶାନ୍ତ ଠିଆ ହୋଇଛନ୍ତି । କଥା କହିବାକୁ ଚାହୁଁଛନ୍ତି । ଏହି ମହମ ପ୍ରତିମୂର୍ତି ତିଆରି କରିଛନ୍ତି ମୂର୍ତିକାର ସୁକାନ୍ତୋ ରାୟ ।

ପଶ୍ଚିମବଙ୍ଗର ଆସାନସୋଲରେ ରହୁଥିବା ସୁକାନ୍ତୋ ମହମ ପ୍ରତିମୂର୍ତି କରିଥା’ନ୍ତି । ଲଣ୍ଡନର ମ୍ୟାଡ଼ାମ ତୁସାଦ ମହମ ସଂଗ୍ରହାଳୟ ଭଳି ସେ ଏକ ସଂଗ୍ରହାଳୟ କରିଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନ, ରବୀନ୍ଦ୍ର ନାଥ ଟାଗୋର, ବିରାଟ କୋହଲି, ମମତା ବାନାର୍ଜୀ ପ୍ରମୁଖଙ୍କ ମହମ ପ୍ରତିମୂର୍ତି ରହିଛି । 

ସେ କହିଛନ୍ତିଯେ, ଯଦି ସୁଶାନ୍ତଙ୍କ ପରିବାର ଲୋକେ ଚାହିଁବେ ତେବେ ସେ ସେମାନଙ୍କ ପାଇଁ ମଧ୍ୟ ମହମ ପ୍ରତିମୂର୍ତି ବନାଇପାରିବେ । ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ଏହି ପ୍ରତିମୂର୍ତି କରିଛନ୍ତି । ଯେକୌଣସି ବ୍ୟକ୍ତି ଚାହିଁଲେ ସେ ପ୍ରତିମୂର୍ତି ଦେଖିବା ସହ ଫଟୋ ମଧ୍ୟ ଉଠାଇପାରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *