ଲେହ: ଏଲଏସି ଠାରେ 7 ସେପ୍ଟେମ୍ବର ରାତିରେ ଚୀନସେନା ପକ୍ଷରୁ ଗୁଳିମାଡ଼ କରିଥିବାରୁ ଭାରତୀୟ ସେନା ତାହାର ଦୃଢ଼ ଜବାବ ଦେବାରୁ ଚୀନ ସେନା ଏକାଧିକ ରାଉଣ୍ଡ ଫାୟାରିଂ କରିଥିଲା । ଏଠାରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି।

ଚୀନ ସୀମାରେ ବାରମ୍ବାର ସୁରକ୍ଷା ସମ୍ପର୍କିତ ଚୁକ୍ତି ଉଲ୍ଲଂଙ୍ଘନ କରୁଛି ବୋଲି ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି ସୁଦୃଢ଼ କରିଛି। ଭାରତୀୟ ସେନା କବ୍‌ଜାରେ ଥିବା ଗୁରଙ୍ଗ୍‌ ହିଲ୍‌, ମଗର ହିଲ୍‌, ମୁଖପରି ଏବଂ ରେଚିନ୍‌ ଲା କ୍ୟାମ୍ପ୍‌ ଚାରିପଟେ ସୁରକ୍ଷା ଦୃଷ୍ଟିରୁ କଣ୍ଟା ତାର ବାଡ଼ ଦିଆଯାଇଛି।

ଚୀନର କୌଣସି ସୈନ୍ୟ କଣ୍ଟା ତାରବାଡ଼ ଅତିକ୍ରମ କରିବାର ଉଦ୍ୟମ କଲେ ଅବା ଏହାକୁ ଭଙ୍ଗାଭଙ୍ଗି କଲେ ଏହାର କଡ଼ା ଜବାବ ସାମରିକ ଭାଷାରେ ଦିଆଯିବ ବୋଲି ଭାରତୀୟ ଯବାନ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *