ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ କରୋନା ଭାଇରସକୁ ନେଇ ଯେଉଁସବୁ କାମ କରିଛନ୍ତି ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ପ୍ରଶଂସା କରିଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟମଧ୍ୟ ଜୋର ଧରିଛି ।

ତେବେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଟ୍ରମ୍ପ ଏହା କହିବା ସହ ଡେମୋକ୍ରାଟିକ ପାର୍ଟିର ପ୍ରତିଦ୍ୱନ୍ଦି ଜୋ ବିଡେନଙ୍କୁ ସେ ଟାର୍ଗେଟ କରିଛନ୍ତି । ପୂର୍ବରୁ ସ୍ୱାଇନ ଫ୍ଲୁର ମୁକାବିଲା କାରିବାରେ ବିଡେନ ସମ୍ପୂର୍ଣ୍ଣ ଅସଫଳ ହୋଇଥିଲେ ବୋଲି ଟ୍ରମ୍ପ କହିଛନ୍ତି । କରୋନାକୁ ନେଇ ଟ୍ରମ୍ପ କହିଛନ୍ତି ଏବେ ଆମେ ଭାରତ ଓ ଅନ୍ୟ କେତେକ ବଡ ବଡ ଦେଶ ତୁଳନାରେ ଅଧିକ ଟେଷ୍ଟ କରି ସାରିଛୁ ।

ଆଉ ଭାରତଠାରୁ ଆମେ ୪.୪କୋଟି କରୋନା ପରୀକ୍ଷା ଅଧିକ କରୁଛୁ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି କହିଛନ୍ତି ଆପଣ କରୋନା ପରୀକ୍ଷଣ ମାମଲରେ ବହୁତ ଭଲ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *