ଛତିଶଗଡ଼ ବାଜିପୁରରେ ଏଣ୍ଟି ନକ୍ସଲ ଅପରେସନ ପାଇଁ ଯାଇଥିବା ଡ଼ିଆରଜି ଯବାନଙ୍କ ସହ ବଡ ଦୁର୍ଘଟଣା ଘଟିଛି । ଯବାନ ଅପରେସନରୁ ଫେରୁଥିବା ସମୟରେ ତାଙ୍କ ବସ ନଦୀରେ ଓଲଟି ପଡିଛି । ବସରେ ପାଖାପାଖି ୩୦ ଯବାନ ଥିଲେ ।

ଡ଼ିଆରଜି ଟିମ ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପରେସନ ପାଇଁ ବାହାରିଥିଲେ । ସୋମବାର ପାଖାପାଖି ଗୋଟାଏ ବେଳେ ଅପରେସନରୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ବସକୁ ନଦୀରୁ ବାହାର କରିବାକୁ ପ୍ରୟାସ କରାଯାଉଛି ।

ବାଜିପୁର ଏସପି କମଳଲୋଚନ ଲାସ୍ୟପ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏସପି କଶ୍ୟପ କହିଛନ୍ତି ଯେ ଦୁର୍ଘଟଣାରେ କୌଣସି ଯବାନଙ୍କ କୌଣସି କ୍ଷତି ହୋଇନାହିଁ । ନଦୀ ପୋଲ ଉପରେ ପାଣି ପ୍ରବାହ ବହୁତ ଜୋରରେ ହେଉଥିଲା । ପୋଲ ପାର କରିବା ସମୟରେ ଦୁର୍ଘଟଣା ଘଟିଛି । ବସକୁ ବାହାର କରିବାକୁ ଚେଷ୍ଟା କରାଯାଉଛି ଏବଂ ଘଟଣାସ୍ଥଳକୁ ଅତିରିକ୍ତ ସେନା ପଠାଯାଇଛି ।

Leave a Reply

Your email address will not be published. Required fields are marked *