ବାଇକ ଚାଳକଙ୍କ ପାଇଁ ନୂଆ ଗାଇଡ ଲାଇନ ଜାରି କଲେ କେନ୍ଦ୍ର ସରକାର । ଯାହା ଦ୍ୱାରା ଦୁର୍ଘଟଣାକୁ ରୋକାଯାଇପାରିବ । ନିୟମ ଉଲ୍ଲଘଂନ କଲେ ଜରିମାନା ଦେବେ ନିୟମ ଉଲ୍ଲଘଂନକାରୀ ।

କେନ୍ଦ୍ର ସରକାରଙ୍କ ଏହି ନିୟମ ଅନୁସାରେ ୨ରୁ ଅଧିକ ଲୋକ ଆପଣଙ୍କ ଗାଡିରେ ଯେପରି ନବସନ୍ତି । ଯଦି ଆପଣ ସରକାରଙ୍କର ଏହି ନିୟମକୁ ମାନୁନାହାଁନ୍ତି ତେବେ ଆପଣମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ଯଦି କେହି ଏହି ନୂଆ ନିୟମ ନମାନନ୍ତି ତେବେ ଦେବାକୁ ପଡିବ ଫାଇନ । ସିଟ୍ ର ଉଭୟ ପାଶ୍ୱର୍ରେ ହ୍ୟାଣ୍ଡେଲ ରହିବା ବାଧ୍ୟତାମୂଳକ ।

କେବଳ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନୂଆ ନିୟମ କରିଛନ୍ତି । ବାଇକର ପଛରେ ବସିଥିବା ଲୋକଙ୍କର ଉଭୟ ପାଶ୍ୱର୍ରେ ହ୍ୟାଣ୍ଡେଲ ରହିବା ନିହାତି ଆବଶ୍ୟକ । ପଛରେ ବସିଥିବା ଲୋକଙ୍କ ପାଇଁ ଫୁଟ୍ ଷ୍ଟାଣ୍ଡ ବାଧ୍ୟତାମୂଳକ। ଗାଡିରେ ମାଲ ଥିଲେ ଆଉ କେହି ନବସିବାକୁ କୁହାଯାଇଛି ଓ ଟାୟାର ଓଜନ ୩ ରୁ ୫ ଟନ ରହିବା ଆକଶ୍ୟକ, ମନିଟରିଂ ସିଷ୍ଟମକୁ ପରାମର୍ଶ ଆଦି ନିୟମ ରହିଛି ।

Leave a Reply

Your email address will not be published. Required fields are marked *