କଟକ ଜିଲ୍ଲା ବାଙ୍କିରେ ମହାନଦୀ ଭିତରେ ଫସିଛନ୍ତି ହାତୀ ପଲ । ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି ।

ପାଣି ଭିତରେ ପ୍ରାୟ ୧୮ଟି ହାତୀ ଥିବା ଜଣାପଡିଛି । ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି ରହିଛନ୍ତି । ରାତିରେ ହାତୀ ପଲ ଆସୁଥିଲେ ।

ସକାଳ ହେବା ପରେ ହାତୀପଲ ନଦୀ ପାର ହୋଇ ଆସିବାରେ ବାଧା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଭଗିପୁର ବନବିଭାଗ ପହଁଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।

Leave a Reply

Your email address will not be published. Required fields are marked *