ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ଜରିଆରେ ବିହାରରେ କୋଶୀ ରେଳ ମହାସେତୁ ଉଦଘାଟନ କରି ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ 12ଟି ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ , ଆଜି ବିହାରରେ ରେଳ ସଂଯୋଗୀ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ନିର୍ମଳୀରୁ ସରାୟଂଗଡର 300 କିମି ଦୂର ଯାତ୍ରା ରହିଛି । ଏବେ ସେହିଦିନ ଦୂର ନାହିଁ ଯେ ବିହାରର ଲୋକେ 300 କିମିର ଯାତ୍ରାକୁ ଯାତ୍ରା 22 ମିନିଟ୍‌ରେ ସମାପ୍ତ କରିପାରିବେ।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତିପୁର ରେଳ ବିଭାଗର ଅନେକ ଯୋଜନାକୁ ଉଦଘାଟନ କରିଥିଲେ ଏବଂ ସୁପୌଲରୁ ଆସାନପୁର କୁପାହାକୁ ଯିବା ପାଇଁ ଡେମୁ ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଥିଲେ। ସମସ୍ତିପୁର ରେଳ ବିଭାଗର 5ଟି ବଡ ଯୋଜନା ସହିତ ପ୍ରଧାନମନ୍ତ୍ରୀ ମୋଦୀ 3ଟି ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ସଂଶୋଧନ ବିଲକୁ ନେଇ କୃଷକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି- କୃଷକଙ୍କୁ ଭ୍ରମିତ କରିବାକୁ ବହୁତ ଶକ୍ତି ଲାଗିଛି। କୃଷକ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱସ୍ତ କରୁଛି ଏମ୍‌ଏସ୍‌ପି ଓ ସରକାରୀ କ୍ରୟ ବ୍ୟବସ୍ଥା ପୂର୍ବ ଭଳି ରହିବ ।

ଏହି ବିଲ୍ ପ୍ରକୃତରେ କୃଷକଙ୍କୁ କେତକ ବିକଳ୍ପ ପ୍ରଦାନ କରିବ । ଏହା କୃଷକଙ୍କୁ ଆହୁରି ସଶକ୍ତ କରିବ । ଏହି ବିଲ୍ ଦ୍ୱାରା କୃଷକ ମିଡିଲ୍ ମ୍ୟାନ୍ ବା ଦଲାଲ ସହ ଅନ୍ୟ ଅବରୋଧରୁ ମୁକ୍ତି ପାଇବେ । ଏହି କୃଷି ସୁଧାର ଦ୍ୱାରା କୃଷକ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ନୂଆ ମୌକା ପାଇବେ । ଯାହାଦ୍ୱାରା ଲାଭ ମିଳିବ । ଏହାଦ୍ୱାରା କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲଜିକୁ ଲାଭ ମିଳିବ । ସୂଚନାଯୋଗ୍ୟ , ଏହି ବିଲ୍‌କୁ ବିରୋଧକରି କେନ୍ଦ୍ର ମନ୍ତ୍ରୀ ହରସିମରତ ବାଦଲ ଇସ୍ତଫା ଦେଇଛନ୍ତି ।

Image search from google

Leave a Reply

Your email address will not be published. Required fields are marked *