କରୋନା ମହାମାରୀ ପାଇଁ ଗତ ୬ମାସ ହେବ ଆମ ଭାରତର ଆର୍ଥିକସ୍ଥିତି ଅତି ତଳକୁ ଖସିସାରିଛି । କାରଣ ମାର୍ଚ୍ଚମାସରେ କରୋନାର ବୃଦ୍ଦିକୁ ଲକ୍ଷ୍ୟକରି କେନ୍ଦ୍ରସରକାର ଲକଡାଉନ ଘୋଷଣା କରିଦେଲେ । ଯାହାପାଇଁ ଲୋକେ ଘରେ ବନ୍ଦ ହୋଇ ରହିଲେ ,ଆଉ ରୋଜଗାର,ଜୀବିକା ସବୁକିଛି ଠପ୍ ହୋଇଗଲା । ଏବେ ଅର୍ଥବ୍ୟବସ୍ଥା ବିଗିଡିବା ସହ ଜିଡିପି ହାର ୨୩ ପ୍ରତିଶତରେ ପହଂଚିଲାଣି । ଏସବୁକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି । ବିରୋଧୀ ଦଳ ଏହି ବେରୋଜଗାରୀ ମାମଲା ଉପରେ କେନ୍ଦ୍ରସରକାରଙ୍କ ଉପରେ ପ୍ରଶ୍ନ ବାଣ ମାରିଚାଲିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେରୋଜଗାରୀ,ଅର୍ଥବ୍ୟବସ୍ଥା ଓ ଜିଏସଟିକୁ ନେଇ ଏକ ମୋର୍ଚା ଖୋଲି ରଖିଛନ୍ତି,ଓ ତାସହ ଅନ୍ ଲାଇନ ମାଧ୍ୟମରେ ରୋଜଗାର ହୀନ ଯୁବପିଢିଙ୍କ ସହ ସଂଯୋଗ କରୁଛନ୍ତି । 

ଏଥିପାଇଁ ହ୍ୟାସଟ୍ୟାଗ ସ୍ପିକ୍ ଫର୍ ଜବ୍‌ସ #speakforjobs ନାଁରେ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ସେଥିରେ ସେ ମୋଦୀ ସରକାର ବିରୁଦ୍ଧରେ ଭିଡିଓ ଜାରି କରିଛନ୍ତି ଯେ ମୋଦୀ ସରକାର କିଭଳି କିଛି ଚିନ୍ତା ନ କରି ଲକଡାଉନ ଘୋଷଣା କରିଦେଲେ ଆଉ ଜିଡିପି ନିମ୍ନଗାମୀ ହେବାର କାରଣ ସାଜିଛନ୍ତି ।

କାରଣ ଲୋକେ ପୂର୍ବରୁ କରୁଥିବା ଚାକିରି ହରାଇସାରିଛନ୍ତି ଓ କ୍ଷୁଦ୍ର କିମ୍ବା ମଦ୍ୟମ ବ୍ୟାପାରରେ ବି ଖୁବ୍ କ୍ଷତି ଦେଖାଦେଇଛି । ସେଥିପାଇଁ ସମସ୍ତ ରୋଜଗାର ହୀନ ଯୁବପିଢି ଏକଜୁଟ ହୋଇ ଦାବି କରୁଛନ୍ତି ଯେ ସେମାନଙ୍କୁ ନ୍ୟାୟ ମିଳୁ ନହେଲେ ୧୨ ମାସ ପାଇଁ ମାସକୁ ୬ହଜାର ଟଙ୍କା ଦିଅନ୍ତୁ । ସେମାନଙ୍କ ହିସାବରେ ଅଚାନକ ଲକଡାଉନ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ସହିତ ସମାନ ।

Leave a Reply

Your email address will not be published. Required fields are marked *