ଗୁରୁବାର ସନ୍ଧ୍ୟାରେ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ଦୂର କରିବା ପାଇଁ ଋଷର ରାଜଧାନୀ ମସ୍କୋରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ବୈଦେଶିକ ମନ୍ତ୍ରୀ ଏସସିଓ ବୈଠକରେ ଯୋଗ ଦେବା ପାଇଁ ମସ୍କୋ ଗସ୍ତ କରିଥିଲେ। ଉଭୟ ଦେଶରେ ତିକ୍ତତା ହ୍ରାସ କରିବାକୁ ପାଞ୍ଚ ସୂତ୍ରୀ ସହମତି ପ୍ରକାଶ ପାଇଛି। ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏହାର ସୂଚନା ଦେଇଛି।

1-ଦୁଇ ବୈଦେଶିକ ମନ୍ତ୍ରୀ ସହମତ ହୋଇଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତି କାହାର ହିତରେ ନାହିଁ, ସେଥିପାଇଁ ସୀମାରେ ଥିବା ଦୁଇ ଦେଶର ସୈନ୍ୟବାହିନୀ କଥାବାର୍ତ୍ତା ଜାରି ରଖିବେ, ଉପଯୁକ୍ତ ଦୂରତା ବଜାୟ ରଖିବା ଏବଂ ଉତ୍ତେଜନା ହ୍ରାସ କରିବା ଉଚିତ୍।
2-ମିଳିତ ବିବୃତ୍ତି ଅନୁଯାୟୀ, ଜୟଶଙ୍କର ଏବଂ ୱାଙ୍ଗ ଏକମତ ହୋଇଥିଲେ ଯେ ଭାରତ-ଚୀନ୍ ସମ୍ପର୍କକୁ ବିକଶିତ କରିବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତିରୁ ଉଭୟ ପକ୍ଷ ମାର୍ଗଦର୍ଶନ କରିବା ଉଚିତ, ଯେପରିକି ମତଭେଦ ବିବାଦ ଭିତରକୁ ନଆସିବା ଉଚିତ୍।

3-ସୀମା ପରିଚାଳନା ସହ ଜଡିତ ସମସ୍ତ ଚୁକ୍ତିନାମା ଓ ନିୟମ ପାଳନ କରାଯିବା, ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବା ଏବଂ ଉତ୍ତେଜନା ବୃଦ୍ଧି ପାଇଥିବା କୌଣସି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ବୋଲି ଦୁଇ ମନ୍ତ୍ରୀ ସହମତ ହୋଇଥିଲେ।

4-ଜୟଶଙ୍କର ଏବଂ ୱାଙ୍ଗ ଆଲୋଚନାରେ ସହମତ ହୋଇଥିଲେ ଯେ ସୀମାରେ ପରିସ୍ଥିତି ସୁଧୁରିବା ସହିତ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ନୂତନ ବିଶ୍ୱାସ ପ୍ରତିଷ୍ଠା ଦିଗରେ ଉଭୟ ପକ୍ଷ ଶୀଘ୍ର ଗତି କରିବା ଉଚିତ।

5-ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ସ୍ୱତନ୍ତ୍ର ପ୍ରତିନିଧୀ ତନ୍ତ୍ର ମାଧ୍ୟମରେ କଥାବାର୍ତ୍ତା ଏବଂ ଯୋଗାଯୋଗ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ସେ ଏହା ମଧ୍ୟ ସହମତ ହୋଇଛନ୍ତି ଯେ ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ୱୟ ପାଇଁ କାର୍ଯ୍ୟ ପ୍ରଣାଳୀ ଏହାର ବୈଠକରେ ଜାରି ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *