ସୋମବାର ରାତି ଅର୍ଥାତ 7 ସେପ୍ଟେମ୍ବରରେ ଏଲଏସିରେ ଚୀନସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବ ଦେବାରୁ ଚୀନ ସେନା ଏକାଧିକ ରାଉଣ୍ଡ ଫାୟାରିଂ କରିଥିଲା।

ବର୍ତ୍ତମାନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଥିବା ଭାରତୀୟ ସେନା ପକ୍ଷରୁ ବୟାନ ଜାରି ହୋଇଛି ଯେ ଚୀନ ସେନା ପ୍ରଥମେ ଗୁଳିମାଡ଼ କରିଥିଲା ଏବଂ ଚୀନ ସୀମାରେ ବାରମ୍ବାର ସୁରକ୍ଷା ସମ୍ପର୍କିତ ଚୁକ୍ତି ଉଲ୍ଲଂଙ୍ଘନ କରୁଛି ବୋଲି ଭାରତୀୟ ସେନା ପକ୍ଷ ପ୍ରକାଶ କରିଛନ୍ତି |


ଭାରତ ସୀମାରେ ନିଜର ସଂଯମତା ରଖିବା ସହିତ ଶାନ୍ତିକୁ ବଜାୟ ରଖିବାକୁ ପ୍ରତିଶୃତିବଦ୍ଧ ରହିଛି। ଏଲଏସିରେ ଶାନ୍ତି ଫେରାଇବାକୁ ଚେଷ୍ଟା କରୁଛି ବୋଲି ଭାରତୀୟ ସେନା ପକ୍ଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *