କୁହାଯାଏ ମହାଳୟା ବଙ୍ଗାଳିମାନଙ୍କ ପର୍ବ, କିନ୍ତୁ ଏହାକୁ ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ। ମହାଳୟା ବଙ୍ଗଳାଙ୍କ ପାଇଁ ମହତ୍ୱପୂର୍ଣ୍ଣ ପର୍ବ । ମା’ ଦୁର୍ଗାଙ୍କ ଠାରେ ଆସ୍ତା ରଖୁଥିବା ଲୋକ ବର୍ଷ ସାରା ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ।

ମହାଳୟା ଠାରୁ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ । ମାନ୍ୟତା ଅଛି ମହିଷାସୁର ନାମକ ରାକ୍ଷସକୁ ବଧ କରିବା ପାଇଁ ମହାଳୟ ଦିନ ମା’ ଦୁର୍ଗାଙ୍କୁ ଆହ୍ୱାନ କରାଯାଇଥିଲା । ଅନ୍ୟପକ୍ଷରେ କୁହାଯାଏ ମହାଳୟା ଅମାବାସ୍ୟା ସକାଳେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଇଥାଏ । ସନ୍ଧ୍ୟାରେ ମା’ ଦୁର୍ଗା କୈଳାଶ ପର୍ବତରୁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ପୁରା ୯ ଦିନ ଏଠାରେ ରହି ପୃଥିବୀବାସୀଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିଥାନ୍ତି ।

ମହାଳୟ ଦିନ ହିଁ ମୃତ୍ତିକାର ମା’ ଦୁର୍ଗାଙ୍କ ଆଖି ତିଆରି କରିଥାଏ । ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରୁଥିବା କାରିଗର ମହାଳୟା ପୂର୍ବରୁ ନିଜ କାମ ଆରମ୍ଭ କରିଦେଇଥାଏ । କିନ୍ତୁ ମହାଳୟା ଦିନ ମା’ଙ୍କ ଆଖି କରିଥାଏ ଓ ସେଥିରେ ରଙ୍ଗ ଦେଇଥାଏ । ଏହି କାମ ପୂର୍ବରୁ ସେ ବିଶେଷ ପୂଜା କରିଥାଏ । ମହାଳୟ ପରେ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଶେଷ ରୂପ ଦିଆଯାଇଥାଏ ।

ପରେ ମା’ଙ୍କୁ ମଣ୍ଡପକୁ ନିଆଯାଇଥାଏ । ଅନ୍ୟପକ୍ଷରେ ମହାଳୟା ପିତୃପକ୍ଷର ଶେଷ ଦିନ । ଏହାକୁ ସର୍ବ ପିତୃ ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ଦିନ ପୂର୍ବପୁରୁଷଙ୍କୁ ମନେ ପକାଇ ତର୍ପଣ ଅର୍ପଣ କରାଯାଇଥାଏ । କୁହାଯାଏ ଏପରି କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *