ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମେ ୪ ଜଣଙ୍କୁ ପ୍ରଥମେ ଅପହରଣ କରିବାପରେ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ସନ୍ଦେହରେ ନୃଶଂସ ଭାବେ ହତ୍ୟା କଲେ ମାଓବାଦୀ । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ଧାରୁଆ ଆସ୍ତ୍ର ଏବଂ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ।

ଏଭଳି ଘଟଣା ଘଟିଛି ଗଙ୍ଗଲୁର ଥାନା ଅନ୍ତର୍ଗତ କୁର୍ଚେଲି ଗାଁ ନିକଟରେ । ସମସ୍ତ ୪ ମୃତକଙ୍କ ଶବକୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ କରିବା ପରେ ଗାଁ ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନିନ୍ଦା କରିବା ସହ ମାଓବାଦୀ ନିଜ ସଙ୍ଗଠନ ଦୁର୍ବଳ ହେଉଥିବାରୁ ଏଭଳି ହତ୍ୟାକରି ଲୋକଙ୍କ ମନରେ ଭୟ ଜାଗ୍ରତ କରିବା ପାଇଁ ଏଭଳି କରୁିଥିବା ବିଜାପୁର ଏସ୍‌ପି କହିଛନ୍ତି ।

image search in google

Leave a Reply

Your email address will not be published. Required fields are marked *