ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା । ଆସନ୍ତା 24 ତାରିଖ ଯାଏଁ ଚାଲିବ ଏହି ପରୀକ୍ଷା । ସେହିପରି ଆଜିଠୁ ରାଜ୍ୟମୁକ୍ତ ବିଦ୍ୟାଳୟର ପରୀକ୍ଷା ବି ଆରମ୍ଭ ହେଉଛି । 22 ହଜାରରୁ ଉର୍ଦ୍ଧ୍ବ ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ 153ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ 88ଟି କେନ୍ଦ୍ର କରାଯାଇଛି ।

କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି । ପରୀକ୍ଷାର୍ଥୀଙ୍କୁ 2 ଘଣ୍ଟା 30 ମିନିଟ୍‌ ବଦଳରେ 2 ଘଣ୍ଟା ସମୟ ମିଳିବ । ସେହିପରି 100 ମାର୍କ ପରିବର୍ତ୍ତେ 80 ମାର୍କର ପରୀକ୍ଷା କରାଯିବ । ।

5 ମାର୍କର ସଂକ୍ଷିପ୍ତ ଉତର ପାଇଁ ପିଲା ପୂରଣ କରିବେ ଓଏମ୍‌ଆର ସିଟ୍ । ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖି ପରୀକ୍ଷା କରାଯିବ । ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ 12ଟାରେ ସରିବ ।

ଅବଜେକ୍ଟିଭ୍‌ ପାଇଁ ୫୦ନମ୍ବର ଓ ସବଜେକ୍ଟିଭ୍‌ ପାଇଁ ୩୦ ନମ୍ବର ଏହିପରି ମୋଟ୍‌ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଉଭୟ ସପ୍ଲିମେଣ୍ଟାରୀ ଓ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୨ଘଣ୍ଟା ୩୦ମିନିଟ୍‌ ବଦଳରେ ପରୀକ୍ଷାର୍ଥୀଙ୍କୁ ୨ଘଣ୍ଟା ସମୟ ମିଳିବ।

Leave a Reply

Your email address will not be published. Required fields are marked *