ମୋବାଇଲ ପାଇଁ ଚାଲିଗଲା ଜୀବନ। ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମରେ ଘଟିଛି ଅଘଟଣ। ଡ୍ୟାମକୁ ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ। ମୃଥକ ଜଣକ ହେଲେ ତାମଲନାଡ଼ୁର ଆର.ମୁକୁନ୍ଦମ।

ଅନୁଗୋଳ ଜିଲ୍ଲା କୁମ୍ଭୀଆଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ ମୃତକ ଜଣକ। ମିଳିଥିବା ସୂଚନା ଅନୁସାରେ ୩ ଜଣ ସହଯୋଗୀଙ୍କ ସହ ମିଶି ପାଲଝାର ଡ୍ୟାମକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡିଯାଇଥିଲା।

ଫଳରେ ସେ ଡ୍ୟାମ ଭିତରକୁ ଡେଇଁ ପଡ଼ିଥିଲେ। ଅନେକ ସମୟ ପରେ ମଧ୍ୟ ସେ ବାହାରକୁ ବହାରିନଥିବାରୁ ସହଯୋଗୀ ମାନେ ମଧ୍ୟ ତାଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ। ହେଲେ ଖୋଜି ପାଇ ନଥିଲେ। ଫଳରେ ବୋୖଦ୍ଧ ଅଗ୍ନିଶମ ଓ ଓଡ୍ରାପ ଟିମକୁ ଖବର ଦିଆଯାଇଥିଲା। ସେଠାରେ ଉଭୟ ଟିମ ବହୁ ଖୋଜାଖୋଜି ପରେ ଇଂଜିନିୟର ଙ୍କ ମୃତ ଦେହକୁ ପ୍ରାୟ ଏକ କିମି ଦୂରତା ରେ ଠାବ କରିଥିଲେ। ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *