ସୁଶାନ୍ତଙ୍କ ମୃତୁ୍ୟ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଏନେଇ ମଧ୍ୟ ଏନସିବି ତରଫରୁ ତାଙ୍କୁ ସମନ ପଠାଯାଇଛି । ସେପ୍ଟେମ୍ବର ୨୬ରେ ଏହି ମାମଲାରେ ତାଙ୍କୁ ଜେରା କରିବାକୁ ନିଦେ୍ର୍ଧଶ ରହିଥିଲେ ହେଁ ସ୍ୱାମୀ ତଥା ଅଭିନେତା ରଣବୀର ସିଂହ ଏନସିବିକୁ ଅନୁମତି ଲୋଡିଛନ୍ତି ।

ଦୀପିକାଙ୍କୁ ଡ୍ରଗ୍ସ ଲିଙ୍କ ବିଷୟରେ ପଚାରିବା ସୟମରେ ସେ ତାଙ୍କ ସହ ଉପସ୍ଥିତ ରହିବେ ବୋଲି ସେ ଏନସିବିକୁ ଅନୁରୋଧ କରିଛନ୍ତି । ଏହି ଆବେଦନରେ ସେ ଲେଖିଛନ୍ତି ଦୀପିକା କେବେ କେବେ ଚିନ୍ତାଗ୍ରସ୍ତ ହୋଇ ଡରିଯାଆନ୍ତି । ତେଣୁ ଏନସିବି ଅଫିସରେ ସେ ତାଙ୍କ ସହ ରହିବାକୁ ଅନୁମତି ଚାହୁଁଛନ୍ତି । ଏନେଇ ସେ କହିଛନ୍ତି ଯେ, ସମସ୍ତ ଆଇନକୁ ସମ୍ମାନ ଦେବା ତାଙ୍କର ଲକ୍ଷ୍ୟ ସେ ଜଣେ ନାଗରିକ ଭାବେ ଏହା ମଧ୍ୟ ଜାଣିଛନ୍ତି ଜଣକୁ କିଛି ପଚରାଯିବା ସମୟରେ ଅନ୍ୟ ବ୍ୟକ୍ତି ଉପସ୍ଥିତ ରହିବା ଅସମ୍ଭବ । ହେଲେ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଛି ।

ତେବେ ରଣବୀରଙ୍କ ଏହି ଆବେଦନ ଲାଗି ଏନସିବି ଦ୍ୱାରା କୌଣସି ନିର୍ଣ୍ଣୟ କରାଯାଇନାହିଁ । ସୂଚନାଯାୟୀ ସୁଶାନ୍ତଙ୍କ ମୃତୁ୍ୟ ସହ ବଲିଉଡ ଡ୍ରଗ୍ସ ଲିଙ୍କ ଯାଞ୍ଚ ଚାଲିଥିବାବେଳେ ଦୀପିକା ୨୦୧୭ ମସିହାରେ ମ୍ୟାନେଜର ସହିତ ଡ୍ରଗ୍ସ ମାମଲାରେ କଥା ହୋଇଥିବା ହ୍ୱାଟସଅପ ଚାର୍ଟଟି ସାମନାକୁ ଆସିଥିଲାା ଏହି ଚାର୍ଟରେ ସେ ମ୍ୟାନେଜରଙ୍କୁ ହାସ ଓ ଗଞ୍ଜେଇ ବିଷୟରେ ପଚାରୁଥିବା ଜଣାପଡିଥିଲା । ଏହାକୁ ନେଇ ଏନସିବି ତରଫରୁ ଦୀପିକାଙ୍କୁ ସମନ ପଠାଯାଇଥିଲା । ବଲିଉଡ଼ର ଚର୍ଚ୍ଚିତ ନାୟିକାଙ୍କ ନିଶା ସମ୍ପୃକ୍ତି ଏବେ ଏହି ମାମଲାଟିକୁ ଅଧିକ ରହସ୍ୟ ଘେରକୁ ଟାଣିନେଇଯାଇଛି ।

Leave a Reply

Your email address will not be published. Required fields are marked *