ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହୋଇଛି ଏନ୍‌ଡିଏ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୟୁପିଏ ପ୍ରାର୍ଥୀ ମନୋଜ ଝାଙ୍କୁ ହରାଇ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟ ହୋଇଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ବିଷୟରେ କିଛି ଅଜଣା କଥା।

– ଉତ୍ତରପ୍ରଦେଶ ବଲିୟାରେ ୧୯୫୬ ଜୁନ୍ ୩୦ରେ ଜନ୍ମଗ୍ରହଣ କରିଥିଲେ ୬୪ ବର୍ଷୀୟ ହରିବଂଶ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷା ଗ୍ରହଣ କରିଛନ୍ତି।

– କଲେଜ ସମୟରେ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଠାରୁ ପ୍ରଭାବିତ ହୋଇ ସେ ୧୯୭୪ରେ ଜେପି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ୧୯୭୭ରେ ସେ ଟାଇମ୍ସ ଅଫ୍ ଇଣ୍ଡିଆର ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ ରୂପରେ କାର୍ଯ୍ୟ ଆରମ୍ଭ କରିଥିଲେ ।

– ଆଉ ତା’ପରେ ମୁମ୍ବାଇ ଧର୍ମଯୁଗ ପତ୍ରିକା ସହ ଯୋଡ଼ି ହୋଇ ୧୯୮୧ ପର୍ଯ୍ୟନ୍ତ କାମ କରିଥିଲ। ହରିବଂଶ ଏକ ସାକ୍ଷାତକାରରେ କରିଥିଲେ ସେ ମାତ୍ର ୫୦୦ ଟଙ୍କାରେ ନିଜର ପ୍ରଥମ ଚାକିରି ଆରମ୍ଭ କରିଥିଲେ।

– ଆଉ ତାହା ପରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜଣେ ସରକାରୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ପରିବାର ବିରୋଧ ସତ୍ୱେ ସେ ସରକାରୀ ଚାକରି ଛାଡ଼ି ପୁଣି ସାମ୍ବାଦିକତା ଆରମ୍ଭ କରିଥିଲେ। ସେ ଝାଡ଼ଖଣ୍ଡର ରାଞ୍ଚିରୁ ପ୍ରକାଶିତ “ପ୍ରଭାତ ଖବର’ର ସମ୍ପାଦକ ଭାବେ କାର୍ଯ୍ୟ କରିସାରିଛନ୍ତି।

– ୧୯୯୦ରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେବା ପରେ ସେ ତାଙ୍କ ଆଡ଼ିସନାଲ ମିଡ଼ିଆ ଆଡ଼ଭାଇଜର ଭାବରେ ନିଯୁକ୍ତ ଥିଲେ।

-୨୦୧୪ରେ ଜେଡିୟୁ ଟିକେଟରୁ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

-୨୦୧୮ରେ ପ୍ରଥମ ଥର ପାଇଁ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ହରିବଂଶ ନାରାୟଣ ସିଂହ ପୂର୍ବରୁ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ରହିଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଜେଡିୟୁ ତାଙ୍କୁ ପୁଣିଥରେ ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଥିଲା। ତାଙ୍କୁ ଏନଡିଏର ସମର୍ଥନ ମଧ୍ୟ ମିଳିଥିଲା। ଏବେ ସେ ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ସାମ୍ବାଦିକତାରୁ ଆରମ୍ଭ କରି ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରିଛନ୍ତି ହରିବଂଶ ନାରାୟଣ ସିଂହ।

Leave a Reply

Your email address will not be published. Required fields are marked *