କେନ୍ଦ୍ରୀୟ ଆବଣ୍ଟିତ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନକୁ ଓଡିଶା ରାଜ୍ୟ ସରକାର ଠିକ ଭାବରେ ପରିଚାଳନା କରୁନଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ ।ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଅଭିଯୋଗ କରିଛନ୍ତି ଯେ ପ୍ରକୃତ ହିତାଧିକାରୀ ଓ ପାଉଥିବା ଲୋକଙ୍କ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି । ଯେଉଁମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଅଧୀନରେ ଖାଦ୍ୟଶସ୍ୟ ଏବଂ ଡାଲି ମଞ୍ଜୁର କରାଯାଇଛି ସେମାନେ ଲାଭ ପାଉନଥିବା ଅଭିଯୋଗ କରାଯାଇଛି ।

ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ PMGKY ଆରମ୍ଭ କରିଥିଲେ ଯେଉଁଥିରେ ବଣ୍ଟନ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ହିତାଧିକାରୀଙ୍କ ପାଇଁ ଖାଦ୍ୟ ଶସ୍ୟ ମଞ୍ଜୁର କରାଯାଇଥିଲା। ଓଡିଶାରେ, ଏହା ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ଏବଂ ପ୍ରତ୍ୟେକ ପରିବାର ପାଇଁ ୧ କିଲୋଗ୍ରାମ ଡାଲିର ବ୍ୟବସ୍ଥା ହୋଇଛି ।

ଏପ୍ରିଲ ୨୦୨୦ ରୁ ୩୨୪ କୋଟି ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପଞ୍ଜିକୃତ ହୋଇଥିବା କଥା ସାଂସଦ ମାନେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଭୁଲ ତ୍ରୁଟି ଯୋଗୁଁ ଏହି କେନ୍ଦ୍ରୀୟ ଯୋଜନା ବିତରଣରେ ଅସୁବିଧା ସୃଷ୍ଟି ଲକ୍ଷ୍ୟ କରି ସେମାନେ ବିବ୍ରତ ହୋଇପଡିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶାର ଅନେକ ଯୋଗ୍ୟ ଏବଂ ଅଭାବୀ ହିତାଧିକାରୀ ବିଶେଷ କରି ପ୍ରବାସୀ ଶ୍ରମିକମାନେ ସୁବିଧା ନ ପାଇପାରି ରାଜ୍ୟ ଛାଡ଼ି ଚାଲିଯାଇଛନ୍ତି ।

Leave a Reply

Your email address will not be published. Required fields are marked *