ସହର ଠାରୁ ଗାଁ ଲୋକ ଅଧିକ କରୋନା ସଂକ୍ରମଣ ହେଉଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଆଇସିଏମଆର ଦ୍ୱାରା କରାଯାଇଥିବା ଦେଶର ପ୍ରଥମ ଜାତୀୟସ୍ତରର ସେରୋ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଉକ୍ତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶର ୬୪ ଲକ୍ଷରୁ ଅଧିକ ଲୋକ ମେ’ଆରମ୍ଭ ସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ଗ୍ରାମୀଣ ଭାରତରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି ।

ଗ୍ରାମୀଣ ଭାରତରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳ ବସ୍ତି ଗୁଡ଼ିକରେ ୧୫.୯ ପ୍ରତିଶତ ଏବଂ ସହରାଞ୍ଚଳ ଅଣବସ୍ତି ଅଞ୍ଚଳରେ ୧୪.୬ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟ ଜଣାପଡ଼ିଛି ଯେ ୧୮.୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସେରୋ ପଜିଟିଭ ସର୍ବାଧିକ ୪୩.୩ ପ୍ରତିଶତ ରହିଛି । 

ଏହା ପରେ ୪୬ ରୁ ୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ ୩୯.୫ ପ୍ରତିଶତ ରହିଛି । ୨୧ଟି ରାଜ୍ୟରେ ଏହି ସର୍ଭେ କରାଯାଇଛି । ମୋଟ ୦.୭୩ ପ୍ରତିଶତ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *