ଏବେ ସାରା ବିଶ୍ୱରେ କରୋନା, ଆମେରିକା, ବ୍ରିଟେନ୍, ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏହି ମହାମାରୀ ରୋଗର ଔଷଧ ବାହାର କରିପାରି ନାହାନ୍ତି। ମହାମାରୀରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକୁଛି ସାରା ବିଶ୍ୱ । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । କରୋନା ମହାମାରୀ ସଂକ୍ରମଣ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ।

ସେ କହିଛନ୍ତି, ଏବେ ସମୟ ଆସିଛି ସବୁ ଦେଶ ପବ୍ଲିକ ହେଲଥ ଉପରେ ଅଧିକ ନିବେଶ କରିବା ଜରୁରୀ । ନହେଲେ କରୋନା ଭଳି ମହାମାରୀ ଆଶଙ୍କା ରହିଛି ।

ଟେଡ୍ରୋସ କହିଛନ୍ତି, କରୋନା ୨୦୧୯ ଡିସେମ୍ବରରୁ ଆଜି ଭିତରେ ୨ କୋଟି ୭୧ ଜଣଙ୍କୁ ସଂକ୍ରମିତ କରିଛି, ପାଖାପାଖି ୯ ଲକ୍ଷ ଜୀବନ ନେଲାଣି । ଏବେ ବି ବହୁ ଦେଶ ଏହାର ଭୟାବହତା ଭୋଗୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ଅଟେ ।
କରୋନା ଶେଷ ମହାମାରୀ ନୁହେଁ , ଏହାର ଅନ୍ତ ନାହିଁ । କିନ୍ତୁ ଆଉ ଗୋଟିଏ ମହାମାରୀ ସାରା ବିଶ୍ୱକୁ ଆସିବା ଆଗରୁ ପ୍ରାକ୍ ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି।

ପବ୍ଲିକ ହେଲଥ ଉପରେ ନିବେଶ ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତୁରନ୍ତ ଔଷଧ ଓ ଟିକା ବାହାର କରିବା ଏବଂ ବଜାରରେ ଉପଲବ୍ଧ କରାଇବା ବ୍ୟବସ୍ଥା କରିବା ଆବଶ୍ୟକ । ଏହାଦ୍ୱାରା ଆଗକୁ ଆସିବାକୁ ଥିବା ମହାମାରୀ ବ୍ୟାପିବା ଆଗରୁ ନିୟନ୍ତ୍ରଣ କରାଯାଇପାରିବ ।
WHO ବିଶେଷଜ୍ଞ ସ୍ପଷ୍ଟ କରି ସାରିଛନ୍ତି ଯେ, ଚଳିତବର୍ଷ ଶେଷ ସୁଦ୍ଧା କରୋନାର କୌଣସି ଟିକା ଆସିବ ନାହିଁ । ଭ୍ୟାକସିନ୍ ବିକଶିତ କାମ ଜୋରସୋରରେ ଚାଲିଛି । ଆଗାମୀ ବର୍ଷ କରୋନା ଟିକା ଉପଲବ୍ଧ ହେବାର ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *