ସୁନ୍ଦରଗଡ ଗାଁରେ ମଧ୍ୟ ହାତୀପଲ ପଶିଥିବାର ଦେଖିବାକୁ ମିଳିଛି । ସାନପତ୍ରାପାଲି ସେକ୍ସନ କୁକୁରଡିହି ଅଂଚଳରେ ୧୭ଟି ହାତୀ ଏକାଠି ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଅଂଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ୫ଟି ଘର ବି ଭାଙ୍ଗି ଦେଇଛନ୍ତି ହାତୀପଲ ।

ଗତକାଲି ରାତିରେ କାଁକେରଜୁରା ଏବଂ କୁଳବା ଗାଁ ନିକଟରେ ଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି । ତେବେ ବନବିଭାଗକୁ ଏଥିରେ ନାକେଦମ୍ ହେବାକୁ ପଡିଛି । ଏହି ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ ।

ବର୍ତମାନ ଧାନ ଫସଲ ସମୟରେ ଛତିଶଗଡ ପଟୁ ଏହି ହାତୀ ପଲ ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ମଚାଇଛନ୍ତି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।

Leave a Reply

Your email address will not be published. Required fields are marked *