କରୋନା ମହାମାରୀ ପ୍ରଭାବରେ ଚାକିରି ହରାଇଥିବା ଶିଳ୍ପ କ୍ଷେତ୍ରରେ ଶ୍ରମିକମାନଙ୍କୁ ମିଳିବ ବେକାରୀ ଭତ୍ତା । କର୍ମଚାରୀ ରାଜ୍ୟବୀମା ନିଗମ (ଇଏସଆଇସି) ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ଦିଆଯିବ । ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଅଂଶ ଭାବେ ବେକାର ହୋଇପଡ଼ିଥିବା ଶ୍ରମିକଙ୍କୁ ଭତ୍ତା ମିଳିବ । ଏହାର ବିଜ୍ଞପ୍ତିକୁ କେନ୍ଦ୍ର ସରକାର ଜାରି କରିଛନ୍ତି ।

ବେକାରୀ ଭତ୍ତା ଭାବେ ଶ୍ରମିକମାନଙ୍କୁ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ଇଏସଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ ।
ବେକାର ହୋଇପଡ଼ିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ବେକାରି ଭତ୍ତା ପ୍ରଦାନ କରାଯିବ । ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ଚାକିରି ହରାଇବେ ସେମାନଙ୍କୁ ଏହି ଭତ୍ତା ଦିଆଯିବ । 

ଇଏସଆଇସିର ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ଚାକିରି ହରାଇଛନ୍ତି ସେମାନେ ବେକାରି ଭତ୍ତା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ହାରାହାରି ବେତନର ୫୦ ପ୍ରତିଶତ ରାଶି ଭତ୍ତା ଆକାରରେ ଦିଆଯିବ । ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା । ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୋଟ ଉପରେ ଏହି ଯୋଜନା ଦ୍ୱାରା ୪୧,୯୪,୧୭୬ ଜଣ ଶ୍ରମିକ ଲାଭବାନ ହେବେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଏସଆଇସିକୁ ୬୭୧୦.୬୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *