ଦୀର୍ଘଦିନ ଧରି ଏହି ଦିନକୁ ଅପେକ୍ଷା କରି ରହିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର୍ ଶାନ୍ତାକୁମାରନ୍ ଶ୍ରୀକାନ୍ତ । ୨୦୨୦ ସେପ୍ଟମ୍ବର ୨୦ ତାରିଖରେ ତାଙ୍କ ଉପରେ ଲାଗିଥିବା ୭ ବର୍ଷର କଟକଣାର କାଲି ଶେଷ ଦିନ ଥିଲା । ସୋମବାର ଠାରୁ ଅର୍ଥାତ ଆଜି ଠାରୁ ଏହି ଦ୍ରୁତ ବୋଲର ଖେଳିବାକୁ ମୁକ୍ତ ହୋଇଛନ୍ତି। ସେ ଏଥିରେ ଖୁବ ଖୁସି ହୋଇ କହିଛନ୍ତି ମୁଁ ଏବେ ମୁକ୍ତ ହୋଇଗଲି । ମୁଁ ଭାବୁଛି ଏହା ମୋ ପାଇଁ କେତେ ମହତ୍ତ୍ୱ ରଖେ ଅନ୍ୟ କେହି ବୁଝି ପାରିବେ ନାହିଁ । କିନ୍ତୁ ପୁଣି ଥରେ ଶ୍ରୀସାନ୍ତଙ୍କ ରାସ୍ତାରେ ବାଟ ଓଗାଳିଛି କୋଭିଡ୍‌-୧୯ ।

ଏହି ମହାମାରୀ ଯୋଗୁଁ କୈାଣସି ଘରୋଇ କ୍ରକେଟ ଖେଳର ଆୟୋଜନ ହେଉନାହିଁ । ସମସ୍ତ ଘରୋଇ କ୍ରିକେଟ ବନ୍ଦ ହୋଇ ପଡି ଥିବାରୁ ତୁରନ୍ତ ଘରୋଇ କ୍ରକେଟ୍‌ରେ ଖେଳିବାକୁ ମିଳିବାର ସମ୍ଭାବନା କ୍ଷୀଣ । ସେ ଦେଶରେ ଖେଳିବାକୁ ଚାହୁଁଛନ୍ତି କିନ୍ତୁ ଦେଶରେ କେଉଁଠି ବି ସ୍ଥାନ ନାହିଁ ।

ତେବେ ଶ୍ରୀକାନ୍ତ କହିଛନ୍ତି ସେ ଏକ ସ୍ଥାନୀୟ ପ୍ରତିଯୋଗୀତା ଆୟୋଜନ କରିବା ଯୋଜନା କରୁଥିଲେ । ତାହାକୁ ମଧ୍ୟ କୋଭିଡ୍‌-୧୯ ପରିସ୍ଥିତି କରାଇ ଦେଲା ନାହିଁ । ସେ ଗତ ମେ ମାସରୁ ପୁଣି ଖେଳିବା କଥା ଚିନ୍ତା କରୁ ଆସୁଥିଲେ, କିନ୍ତୁ ଏହି ପରିସ୍ଥିତି ପାଇଁ ସେ ପୁଣି ଅବସର ନେବା ପାଇଁ ଚିନ୍ତା କରୁଛନ୍ତି । ସେ ଆହୁରି କହିଛନ୍ତି କ୍ରିକେଟକୁ ସେ କେବେ ଠକି ନାହଁନ୍ତି ।

ଏପରିକି ଫ୍ରେଣ୍ଡଲି ମ୍ୟାଚରେ ବି ନୁହେଁ । ୨୦୧୩ ମସି ହା ଆପିଏଲ୍ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଛନ୍ଦି ହୋଇ ଶ୍ରୀଶାନ୍ତ ୭ ବର୍ଷର ବାସନ୍ଦ ଦଣ୍ଡ ଭୋଗୀ ଥିଲେ । ପ୍ରଥମେ ତାଙ୍କୁ ଆଜିବନ କ୍ରକେଟରୁ ବାସନ୍ଦ କରାଯାଇଥିଲା କିନ୍ତୁ ପରେ ଏହା କମି ୭ ବର୍ଷ ହୋଇ ଯାଇଥିଲା । ଟେଷ୍ଟ କ୍ରିକେଟରେ ୮୭ ୱିକେଟ ଏବଂ ପ୍ରଥମ ଶ୍ରେଣୀରେ ୨୧୧ ୱିକେଟ ନେଇଥିବା ନ୍ତୁ ବର୍ତ୍ତମାନ ସୁଦ୍ଧା ଫିଟନେସ୍ ବଜାୟ ରଖିଛନ୍ତି ଶ୍ରୀଶାନ୍ତ । ଯଦି ଘରୋଇ କ୍ରିକେଟରେ ସମ୍ଭବ ନହୁଏ ତେବେ କେରଳ ପାଇଁ ଖେଳିବେ ବୋଲି କହିଛନ୍ତି । ଯଦି କିଛି ନମିଳେ ତେବେ ବିଦେଶରେ ଖେଳିବା ପାଇଁ ଅନୁମତି ମାଗିବେ ବୋଲି କହିଛନ୍ତି ଶ୍ରୀଶାନ୍ତ।

Leave a Reply

Your email address will not be published. Required fields are marked *